କଳାହାଣ୍ଡି ଝିଅ ସାଇନା ସର୍ବ ଭାରତୀୟ ଚାଟାର୍ଡ ଆକାଉଟାଣ୍ଟ ଫାଉଣ୍ଡେସନ ପରୀକ୍ଷାରେ ଟପ୍ପର

ଭବାନୀପାଟଣା : କଳାହାଣ୍ଡି ଜିଲାର ଜୁନାଗଡ ସହରର ସୁନିଲ ଅଗ୍ରବାଲ ଓ ରୀନା ଅଗ୍ରବାଲଙ୍କ ଝିଅ ସାଇନା ଅଗ୍ରବାଲ ସର୍ବ ଭାରତୀୟ ଚାଟାର୍ଡ ଆକାଉଟାଣ୍ଟ  ଫାଉଣ୍ଡେସନ ପରୀକ୍ଷାରେ ସର୍ବ ଭାରତୀୟ ସ୍ଥରରେ ଟପ୍ପର ହୋଇଛନ୍ତି । ସାଇନା ମୋଟ ୪ ଶହ ମାର୍କ ରୁ ୩୬୫ ମାର୍କ ରଖି ସର୍ବ ଭାରତରେ ଏକ ନମ୍ବର ହୋଇଛନ୍ତି । ସେପରି ସର୍ବଭାରତୀୟ ସ୍ତରରେ ଜୁନାଗଡ ସହରର ଦିନେଶ ଅଗ୍ରବାଲଙ୍କ ଝିଅ ପ୍ରିୟା ଅଗ୍ରବାଲ ୩୧୯ ମାର୍କ ରଖି ୪୫ ତମ ସ୍ଥାନ ଓ ରାଜେଶ ଅଗ୍ରବାଲଙ୍କ ଝିଅ ଇସିକା ଗୋଏଲ ୩୧୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୪୯ ତମ ସ୍ଥାନରେ ରହିଛନ୍ତି ।ଏହି ପରୀକ୍ଷା ଗତ ନଭେମ୍ବର ୨୦୧୯ ରେ ହୋଇଥିଲା।

Comments are closed.