ବନ୍ଧପାରୀ ପଞ୍ଚାୟତର ପିଡ଼ିଏସ ଚାଉଳ ସ୍କୁଲକୁ ବିକ୍ରି ଅଭିଯୋଗ

ତଦନ୍ତ ପରେ ଚାଉଳକୁ ସିଜ କଲା ବ୍ଲକ ପ୍ରସାଶନ

କଳାହାଣ୍ଡି: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ବନ୍ଧପାରୀ ପିୟୁପିଏସ ସ୍କୁଲକୁ ୪୫ ପ୍ୟାକେଟ ପିଡ଼ିଏସ୍ ଚାଉଳ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ବନ୍ଧପାରୀ ଗ୍ରାମବାସୀ।

ଏପଟେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ ଆମ ପାଖରେ ଚାଉଳ ସରି ଯାଇ ଥିବାରୁ ଆମର ଉପର ଅଧିକାରୀଙ୍କୁ ଜଣାଇ ପଞ୍ଚାୟତକୁ ଲିଖିତ ଅଭିଯୋଗ କରି ୪୫ ପ୍ୟାକେଟ ଚାଉଳ ଆଣିଛୁ, ଦୁଇ ତିନି ଦିନପରେ ଚାଉଳ ସ୍କୁଲକୁ ଆସିଲେ ଫେରାଇ ଦେବୁ କହୁଥିବା ବେଳେ ଏନେଇ ଉଚ୍ଚ ସ୍କୁଲ ବିଭାଗର ଅଧିକାରୀ କିଏ ମଧ୍ୟ ଜାଣିନ ଥିବା କହିଛନ୍ତି। ହେଲେ ସ୍କୁଲକୁ ଏକା ସାଙ୍ଗକୁ ଏତେ ପରିମାଣର ଚାଉଳ କିପରି ଦିଆ ଗଲା ଏବଂ ବନ୍ଧପାରୀ ପଞ୍ଚାୟତର ପିଇଓ ଅନାଦୀ ଜାନୀ ସ୍କୁଲକୁ ଦେବା ପୂର୍ବରୁ ବ୍ଲକ ଯୋଗଣ ଅଧିକାରୀଙ୍କୁ କାହିଁକି ଜଣାଇଲେ ନାହିଁ ତାହାକୁ ନେଇ ବିରାଟ ପ୍ରଶ୍ନ ବାଚୀ ଦେଖାଦେଇଛି। ଲାଞ୍ଜିଗଡ ଏବିଡ଼ିଓ ବିଭୁତି ଭୂଷଣ ସତପତି କହିଛନ୍ତିଯେ ପଞ୍ଚାୟତର ପିଡ଼ିଏସ ଚାଉଳ କାହାକୁ ଦେବାର ଅଧିକାର ନାହିଁ। ଯଦି ଏପରି କିଏ କରିଥାଏ ତେବେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହି ସମୟରେ ବେଡାଗାଁ, କୁମଖାଲ ଓ ବନ୍ଧପାରୀ ଗ୍ରାମ ପାଞ୍ଚାୟତ ଗୁଡିକରେ ଦୀର୍ଘ ୨ ମାସରୁ ୬ ମାସ ହେଲା ପିଡିଏସ୍ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନଥିଲା ପ୍ରାୟ ୮୦୦ କୁଇଣ୍ଟାଲ ଯାହାକି ବନ୍ଧପରି ପଞ୍ଚାୟତର ଦୁଇମାସ ପ୍ରାୟ ୫୦ ଜଣକ, ବେଡ଼ଗାଁ ଓ କୁମଖାଲର ତିନୋଟି ଗାଁ ଗାରେଶ, ଦେହେଡା, ଖଜୁର ଗୁଡା ୬ମାସର ପାଇବାକୁ ଥିବା ବେଳେ ଅନ୍ୟ ସମସ୍ତ ଗାଁ ୪ ମାସ ଲେଖା ପାଇଁ ନ ଥିବା ଅଭିଯୋଗ ହୋଇଥିଲା କିନ୍ତୁ ସମସ୍ତ ଚାଉଳ ଉଠାଇ ସରିଥିବା ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ ପ୍ରକାଶ କରିଥିଲେ। ତଦନ୍ତ ପରେ ଜିଲା ଯୋଗାଣ ଅଧିକାରୀ ଅତିଶୀଘ୍ର ଚାଉଳ ଆଣି ତିନିଟି ପଞ୍ଚାୟତର ହିତାଧିକାରୀକୁ ଦେବାକୁ ନିର୍ଦ୍ଧେଶ ଦେଇଥିଲେ। ଏ ନେଇ ଦୋଷୀ ସ୍ୱୀକାର କରି ବନ୍ଧପାରି ପଞ୍ଚାୟତର ଯୋଗାଣ ସହାୟକ ଓ ଅନ୍ୟ ଅଧିକାରୀଙ୍କୁ ୧୪ ଲକ୍ଷ ଟଙ୍କାର ଚାଉଳ ଆଣି ହିତାଧିକାରୀଙ୍କୁ ଦେବାକୁ ପଡିଥିଲା ପୁଣି ଦୁଇ ମାସ ପରେ ଏପରି ଚାଉଳ ହେରଫେର କୁ ନେଇ ବନ୍ଦପାରୀ ପାଇଁ ବିରାଟ ପ୍ରଶ୍ନବାଚୀ। ବନ୍ଦପାରୀ ଗ୍ରାମବାସୀ ରବିବାର ଚାଉଳ ବିକ୍ରିକୁ ନେଇ ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ଘଟଣାର ତଦନ୍ତ ପାଇଁ ବ୍ଲକ ବିଡ଼ିଓ ମୁନିନ୍ଦ୍ର ହୁନାଙ୍ଗା, ଏବିଡ଼ିଓ ବିଭୁତି ଭୂଷଣ ସତପତି, ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଓ ବିଶ୍ୱନାଥପୁର ପୁଲିସ ଘଟଣା ସ୍ଥଳକୁ ଯାଇ ଘଟଣା ତଦନ୍ତ କରି ୪୫ ପ୍ୟାକେଟ ପିଡ଼ିଏସ ଚାଉଳକୁ ବନ୍ଦପାରୀ ସ୍କୁଲ ଗୁଡାମରୁ ସିଜ କରାଯାଇଛି ବୋଲି ଲାଞ୍ଜିଗଡ ବିଡ଼ିଓ ଶ୍ରୀ ହୁନାଙ୍ଗା ପ୍ରକାଶ କରିଛନ୍ତି।

Comments are closed.