ରାସ୍ତା ତିଆରି କଲେ ଗ୍ରାମ ବାସୀ 

କଳାହାଣ୍ଡି: ସମସ୍ୟା ଘେରରେ କଳାହାଣ୍ଡି ଜିଲାର  କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ l ଗ୍ରାମରେ ହୋଇ ପାରି ନାହିଁ ପକ୍କା ସଡକ କି ରାସ୍ତା l ନିଜସ୍ବ ଉଦ୍ୟମରେ ରାସ୍ତା ମରାମତୀ କଲେ ଗାଁ ଲୋକେ l ଗ୍ରାମାଞ୍ଚଳରେ ଗମନା ଗମନର ବିକାଶ ପାଇଁ ଉଭୟ ରାଜ୍ୟ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ବାସ୍ତବତା ନିଜେ ଦେଖିଲେ ବିଶ୍ବାସ କରିହେବନି। ଏହି ଗାଁରେ ୪ଟି ୱାର୍ଡରେ ପ୍ରାୟ ହଜାରେ ଲୋକେ ବସବାସ କରୁଥିବା ବେଳେ ଏହି ରାସ୍ତଟି କଣ୍ଡରେଇ ଗୌନ୍ତିଆ ପଡା ପ୍ରଧାନମନ୍ତ୍ରୀ ସଡକରୁ ରେଗଡା (ରଜାପଡା) ବଜାର ଆଦର୍ଶ ବିଦ୍ୟାଳୟ ସଂଯୋଗ କରୁଛି। ଗତ ବନ୍ୟା ଯୋଗୁଁ ରାସ୍ତାଟିର  ବଡବଡ ଘାଇ ସ୍ରୁଷ୍ଟି ହେବା ସହ ରାସ୍ତାଟି ଶୌଚନିୟ ଅବସ୍ଥା ହୋଇ ପଡିଛି l ଆଦର୍ଶ ବିଦ୍ୟାଳୟ ବଜାରକୁ ଜିବାକୁ  ହେଳେ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ନାଳ ଦେଇ ଜିବାକୁ ପଡିଥାଏ l ଜାହା ଫଳରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ଜଣାପଡିଛି  l ଏନେଇ ପ୍ରଶାସନକୁ ଅଭିଯୋଗ କଲେବି କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି l

Comments are closed.