ବିଚିତ୍ର ଚିକତ୍ସା ; ୩୦ବର୍ଷ ଧରି ରକ୍ତ ଶିକୁଳିର ପୀଡ଼ିତ ରୋଗୀକୁ ମିଳିଛି ନେଗେଟିଭ ରିପୋର୍ଟ

ନର୍ଲା : କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ଗ୍ରାମରେ ୩୦ ବର୍ଷ ଧରି ରକ୍ତ ଶିକୁଳିରେ ପୀଡ଼ିତ ଥିବା ଜଣେ ରୋଗୀକୁ ନେଗେଟିଭ ରିପୋର୍ଟ ମିଳିବା ଘଟଣା ଏବେ ସାଧରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରକ୍ତ ଶିକୁଳିରେ ପୀଡ଼ିତ ଥିବା ରୋଗୀଙ୍କ ନାମ ଲକ୍ଷ୍ମୀକାନ୍ତ ‌ନିକାପ। ସେ ଦୀର୍ଘ ୩୦ ବର୍ଷ ହେଲା ରକ୍ତ ଶିକୁଳିରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବାବେଳେ ସରକାରୀ ସହାୟତା ପାଇଁ  ଚଳିତ ବର୍ଷ ଅକ୍ଟୋବର ମାସର ସେ ଭବାନୀପାଟଣା ଯାଇଥିଲେ । ଭବାନୀପାଟଣାରେ ପହଞ୍ଚି ସେ ଚିକିତ୍ସା ପାଇଁ ଜିଲା  ମୁଖ୍ୟ ଚିକିତ୍ସାଳକୁ ଯାଇଥିଲେ । ଓପିଡିରେ ରେଜିଷ୍ଟ୍ରେସନ ନମ୍ବର ୪୩୭୯୯ରେ ଡାକ୍ତରଙ୍କୁ ସାକ୍ଷାତ କରିବା ପରେ ତାଙ୍କୁ ରକ୍ତ ପରୀକ୍ଷା ପାଇଁ କୁହାଯାଇଥିଲା । ଏହାପରେ ସେ ଜିଲା ରୋଗ  ନିରୁପଣ କେନ୍ଦ୍ରରେ ରକ୍ତ ଦେଇଥିଲେ । ମାତ୍ର ରକ୍ତ ପରୀକ୍ଷା ରିପୋର୍ଟ ଆସିଲାବେଳକୁ ତାହା ନେଗେଟିଭ୍ ଆସିଥିଲା । ଏହା ଦେଖି ରୋଗୀ ଲକ୍ଷ୍ମୀକାନ୍ତ ହତବାକ୍ ହୋଇଥିଲେ । ୩୦ ବର୍ଷ ଧରି ଚିକିତ୍ସିତ ହେଉଥିବା ରୋଗର ନେଗେଟିଭ୍ ରିପୋର୍ଟ ଆସିଲା କିପରି।

ଅତୀତରେ ୨୦୧୪ରେ ଏହି ଚିକିତ୍ସାଳୟରେ ଭର୍ତ୍ତି ହୋଇ ରକ୍ତ ନେଇ ଥିବା ବେଳେ ତଥା ୨୦୧୫,୧୬,୧୭ରେ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବାର ସମସ୍ତ ପ୍ରମାଣ ପତ୍ର ଥାଇ ସୁଦ୍ଧା ନେଗେଟିଭ ରିପୋର୍ଟ ଆସିଲା କିପରି । ଏହା ପରୀକ୍ଷା ଜନୀତ ତୃଟି ନା ରୋଗୀ ଦେହରେ ପ୍ରକୃତରେ ରୋଗ ନାହିଁ ତାହା ସହ ଅନୁସନ୍ଧାନ ସାପେକ୍ଷ । ଏପରିକି କଟକ, ଭବାନୀପାଟଣା, ନର୍ଲା ତଥା ଥାଇରୋକେୟାର୍ ରିପୋର୍ଟରେ ନିକଟରେ ପଜେଟିଭ୍ ଥିବା ଜଣାପଡିଥିଲା ।

ଉକ୍ତ ପ୍ରମାଣପତ୍ରକୁ ସଂପୃକ୍ତ ଅଧିକାରୀଙ୍କୁ ରୋଗୀ ଦେଖାଇ ଥିଲେ ହେଁ ତାଙ୍କୁ ଦୁର୍ବ୍ୟବହାର କରି ତଡ଼ି ଦେଇଥିବା ଲକ୍ଷ୍ମୀକାନ୍ତ ଅଭିଯୋଗ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବନଲତା ଦେବୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ରୋଗୀଙ୍କ ଜୀବନକୁ ବିପନ୍ନକୁ ଠେଲି ଦେଉଥିବା ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Comments are closed.