ରେଳ ଲାଇନରେ କାମ କରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ଟିଟିଲାଗଡ଼-ବିଜୟନଗରମ ତୃତୀୟ ରେଳ ଲାଇନ କାମ କେସିଙ୍ଗା ଷ୍ଟେସନ ଠାରେ ଜାରି ରହିଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଝାରଖଣ୍ଡ ରାଜ୍ୟର ଶ୍ରମିକ ବୋଜେର ସିଂ  ବୋଲି ଜଣାପଡ଼ିଛି। ବୋଜେରଙ୍କ ଶରୀରର ୭୫ ଭାଗ ପୋଡ଼ିଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତୃତୀୟ ରେଳ ଲାଇନର ନିର୍ମାଣ କାମ ଟିଟିଆଇପିଏଲ ନାମକ ଏକ ଠିକା ସଂସ୍ଥା କରୁଥିବା ବେଳେ ଶ୍ରମିକମାନଙ୍କ ସୁରକ୍ଷାକୁ ଏଠାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏ ଦିଗରେ ରେଳ ବିଭାଗ ଓ ସ୍ଥାନୀୟ ଜିଲା ପ୍ରଶାସନ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.