ମୃତକ ପରିବାରକୁ କ୍ଷତିପୁରଣ ଦାବୀରେ ଥାନା ଘେରାଉ କଲେ ଗ୍ରାମବାସୀ

0

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧିନର ଦୁଆରସୁନୀ ଗ୍ରାମ ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଜଣେ ମୃତକ ପରିବାରକୁ କ୍ଷତିପୁରଣ ଦାବୀରେ ଗ୍ରାମବାସୀମାନେ ଥାନା ଘେରାଉ କରିଥିବା ଜଣାପଡିଛି। ମୃତକ ଜଣକ ରଘୁନାଥ ଜାଲ(୩୦)।

ସୂଚନାମୁତାବକ, ଗତ ୧ ତାରିଖ ସନ୍ଧ୍ୟାରେ ରଘୁନାଥଙ୍କୁ ସେହି ଗ୍ରାମର କିଛି ଯୁବକ ବନ୍ଧୁକ ଦେଖାଇ ଆପହରଣ କରିନେଇଥିଲେ। ଏସର୍ମ୍ପକରେ ଗୁରୁବାର ଦିନ ରଘୁନାଥର ପରିବାର ଓ ଗ୍ରାମବାସୀ ମାନେ ଭବାନୀପାଟଣା ଆସି ସଦର ଥାନା ଓ ଏସଡିପିଓଙ୍କୁ ଲିଖୂତ ଅଭିଯୋଗ କରିବାସହ ତୁରନ୍ତ ନିଖୋଖ ରଘୁନାଥକୁ ଠାବ କରିବା ପାଇଁ ଥାନା ଘେରାଉ କରିଥିଲେ । ପୁଲିସ ତଦନ୍ତ କରି ଭବାନୀପାଟଣା – ଥୁଆମୂଲରାମପୁର ରାସ୍ତାର ଶଗଡା ଚେକଗେଟ ନିକଟରେ ଏକ ନାଳ ନିକଟରୁ ରଘୁନାଥର ଶବ ଜବତ କରିଛି । ଗ୍ରାମବାସୀମାନେ ତୁରନ୍ତ ଦୋଷୀକୁ ଗରିଫ କରିବାସହ ଓ ମୃତକ ପରିବାରକୁ କ୍ଷତି ପୁରଣ ଦାବିରେ ସିର୍ଲିଗୁଡା ଛକ ନିକଟରେ ରାସ୍ତାରୋକ କରିଥିବା ଜଣାପଡିଛି ।

Leave A Reply