କଣ୍ଟା ଦୋଳିରେ ଝୁଲି, ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେଲେ ଅଗ୍ନି ଭୈରବ

0

କଲମପୁର : ଆରମ୍ଭ ହେଇଯାଇଛି ଶାରଦୀୟ ପୂଜା ଉତ୍ସବ। କଳାହାଣ୍ଡି ଜିଲା ପୁର ପଲ୍ଲ୍‍ୀରେ ଏବେ ଦେବୀଙ୍କ ଆଗମନ ନେଇ ଉତ୍ସବ ମୁଖର। ଦେବୀ ମାଣିକେଶ୍ୱରୀଙ୍କ ଅନନ୍ୟ ପୀଠ ଥୁଆମୁଳ ରାମପୁର। ଏହି ପୀଠର ଶାରଦୀୟ ପୂଜା ପୂର୍ବରୁ ବାଲି ଭୈରବ ଓ ଅଗ୍ନୀ ଭୈରବଙ୍କ ଝାମୁଯାତ୍ରା ଆୟୋଜିତ ହୋଇଯାଇଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଅବସରରେ ଭୈରବ ଦେବ ଜମେର କଣ୍ଟାରେ ନିର୍ମିତ ଦୋଳିରେ ଝୁଲି ଓ ଅଗ୍ନୀରେ •ଲି ନିଜ ଆସ୍ଥାର ପରୀକ୍ଷା ଭକ୍ତଙ୍କ ଆଗରେ ଉପସ୍ଥାପିତ କରିଥାନ୍ତି। ଶନିବାର ଦିନ ଥୁଆମୁଳ ରାମପୁର ପୀଠରେ ଅଗ୍ନୀ ଭୈରବଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହେଇଯାଇଛି। ମାଣିକେଶ୍ୱରୀଙ୍କ ପୀଠର ପୂର୍ବ ଭାଗରେ ଥିବା ଭୈରବ ଦେବଙ୍କ ପୀଠରୁ ଭୈରବ ଦେବଙ୍କ କାଳସୀ ଯୁବକ ଲାଲ ପରିଚ୍ଛା ଓ ଦେବୀ ମାଣିକେଶ୍ୱରୀଙ୍କ କାଳସୀ ଶରତ ପୁଝାରୀ ମନ୍ଦିର ସମ୍ମୁଖରେ ନିର୍ମିତ କଣ୍ଟା ଦୋଳିରେ ଝୁଲିବା ପରେ ନିଆଁଖନ୍ଦା ନିକଟରେ ନିର୍ମିତ ଅସ୍ଥାୟୀ ପୀଠକୁ ଯାଇଥିଲେ। ସେଠାରେ ବିଭିନ୍ନ ପୂଜାର୍ଚ୍ଚନା ପରେ ଅଗ୍ନୀ ଭୈରବ ଓ ଦେବୀ ମାଣିକେଶ୍ୱରୀଙ୍କ କାଳସୀ ନିଆଁରେ •ଲି ଭକ୍ତଙ୍କ ନିକଟରେ ନିଜର ପରାକାଷ୍ଠା ପ୍ରଦର୍ଶିତ କରିଥିଲେ। ଏହି ପୂଜା ଉତ୍ସବ ପୂର୍ବରୁ ଅନେକ ମାନସିକ ଧାରୀ ନିଜର ମନସ୍କାମନା ପୁରଣ ନେଇ ଭୈରବ ଦେବଙ୍କ ନିକଟରେ ଯାଚନା କରିଥାନ୍ତି। ସେମାନଙ୍କ ମାନସିକ ପୁରଣ ହେତୁ ବିଭିନ୍ନ ପୂଜା ସାମଗ୍ରୀ ନେଇ ଭୈରବ ଦେବଙ୍କ ପୂଜା କରିଥାନ୍ତି। କେବଳ କଳାହାଣ୍ଡି ନୁହେଁ ପଡୋଶୀ ରାୟଗଡା ଓ ନବରଙ୍ଗପୁର ଅଞ୍ଚଳ ସମେତ ଛତିଶଗଡ ଅଞ୍ଚଳରୁ ମଧ୍ୟ ବହୁ ଭକ୍ତଙ୍କ ଭିଡ ଲାଗି ରହିଥିଲା। ମୁଖ୍ୟ ପୂଜକ ଅକ୍ଷୟ କୁମାର ରାୟଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୈରବ ଦେବଙ୍କ ପୂଜା ଉତ୍ସବ ଲାଗି ରହିଥିଲା।
ଏହି ପୂଜା ଉତ୍ସବ ଅବସରରେ ପୂଜା କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କଳାହାଣ୍ଡି ବୀର ବାଦ୍ୟ ଘୁମୁରା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଶୁକ୍ରବାର ଦିନ ବିଷମଗିରି ଠାରେ ଭୈରବ ଦେବଙ୍କ କଣ୍ଟା ଦୋଳିରେ ଝୁଲିବା ପର୍ବ ପାଲନ ହେଇଥିବା ବେଳେ ଶନିବାର ରାମପୁର ସମେତ କୁମାରକାନୀ ଭୈରବ ପୀଠରେ ମଧ୍ୟ ଅଗ୍ନୀ ଭୈରବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେଇଯାଇଛି। ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଇଛି।

Leave A Reply