କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ କଳାଭୂମି ବନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟକୁ କୋଭିଡ୍‌ ସଂକ୍ରମଣର ଦ୍ରୁତ ବୃଦ୍ଧି ଓ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି। କଳାଭୂମିରେ ଥିବା ବିକ୍ରୟ କେନ୍ଦ୍ର ମଧ୍ୟ ଦର୍ଶକମାନଙ୍କ ନିମନ୍ତେ ସାମୟିକ ଭାବେ ବନ୍ଦ କରାଯାଇଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ।

Comments
Loading...