କାଳବୈଶାଖୀ ପବନରେ ଥରହର ପାଟଣା, ଗଛ ଉପୁଡିଲା ବିଦ୍ୟୁତ ଖୁଣ୍ଟି ଭାଙ୍ଗିଲା

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ଆଜି ମଧ୍ୟାହ୍ନ ସାଢେ ୧୨ଟା ପରେ ତୁରୁମୁଙ୍ଗା ଥାନା ପାଟଣା ଥାନା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘନ ଘନ ବଜ୍ରପାତ ସହ ବିକ୍ଷିପ୍ତ ବର୍ଷା ୫୦ କିଲୋମିଟର ବେଗରେ ପବନ ବହିବାରୁ ଅଞ୍ଚଳ ଥରହର ହୋଇପଡିଥିଲା ତୁରୁମୁଙ୍ଗା, ଚିଲିଦା, ଚେମଣା, ମୁରୁସୁଆଁ, କୋଡଖମଣ, କେନ୍ଦେଇପଶି, ଖୁଣ୍ଟାପଡା ଆଦି ଅନେକ ଗ୍ରାମରେ ଗଛ ଉପୁଡି ପଡିବା ସହ କେତେକ ଗ୍ରାମରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି ଯାହା ଫଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଅସ୍ଥାୟୀ ଟେଣ୍ଟକୁ ପବନ ଓପାଡି ଫୋପାଡି ଦେଇଛି ବର୍ଷା ଯୋଗୁଁ ପାଟଣା ବ୍ଲକ ପରିସରରେ ପାଣି ଲହଡି ମାରୁଥିବା ବେଳେ ବ୍ଲକ ଛକରେ ଆଣ୍ଠୁଏ ଉଚ୍ଚ ପାଣି ଲହଡ଼ି ଭାଙ୍ଗିଥିଲା ପାଟଣାକେନ୍ଦେଇପଶି ରାସ୍ତାର ଅନେକ ରାସ୍ତାରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବା ବେଳେ କ୍ଷୟକ୍ଷତିର ସବିଶେଷ ବିବରଣୀ ମିଳିନାହିଁ

Comments are closed.