ପାଳକୁଦର ଗ୍ରାମରେ କାଳ ବୈଶାଖି, ବ୍ୟାପକ କ୍ଷୟକ୍ଷତି

ଉଡିଗଲା ଟାଇଲ ଓ ଆଜବେଷ୍ଟସ ଛାତ, ଭାଙ୍ଗିଗଲା ଗଛ ଓ ବିଦ୍ୟୁତ ଖୁଣ୍ଟ

ଦେବଗଡ଼ : କାଳ ବୈଶାଖି ପ୍ରଭାବରେ ତିଲେଇବଣି ବ୍ଲକ ପାଳକୁଦର ଗ୍ରାମ ପଂଚାୟତ ସଦର ମହକୁମାରେ ପ୍ରାୟ ୧୫-୨୦ଟି ଘରର ଟାଇଲ ଏବଂ ଆଜବେଷ୍ଟସ ଛାତ ଉଡି ନଷ୍ଟ ହେବା ସହ ବହୁ ବଡ ବଡ ଗଛ ମଧ୍ୟ ଭାଙ୍ଗିଯାଇଛି । ସେହିପରି ଗ୍ରାମର ୩ଟି ବିଦ୍ୟୁତ ଖୁଣ୍ଟ  ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁଁ ରାସ୍ତାରେ ଯାତାୟାତରେ ବ୍ୟଘାତ ସୃଷ୍ଟି ହେବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି।

ମିଳିଥିବା ସୂନନା ଅନୁଯାୟୀ ସୋମବାର ରାତିରେ ହଠାତ ବର୍ଷା ସହ ଝଡବାତ୍ୟା ହେବାରୁ ପଳକୁଦର ଗ୍ରାମର ଶରତ ପାତ୍ର, ଉଗ୍ରସେନ ପ୍ରଧାନ, ମହେନ୍ଦ୍ର ରଣଚୂଳିଆ, ରମଚନ୍ଦ୍ର ମାଝୀ ଓ କ୍ଷେତ୍ର ରଣଚୂଳିଆଙ୍କ ସମେତ ପ୍ରାୟ ୧୫/୨୦ଟି ଘରର ଟାଇଲ ଏବଂ ଆଜବେଷ୍ଟସ ଛାତ ଉଡି ଏଣେ ତେଣେ ପଡିବା ସହ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଅନୁରୂପ ଭାବେ ପ୍ରାୟ ୧୫/୨୦ଟି ଛୋଟ ବଡ ଗଛ ଭାଙ୍ଗି ପଡିଛି । ରାସ୍ତା କଡରେ ଥିବା ୩ଗୋଟି ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁଁ ରାସ୍ତାରେ ଯାତାୟତ ବଧାପ୍ରାପ୍ତ ହୋଇଥିଲା । ତେବେ ରାତି ପ୍ରାୟ ୯ଟା ସମୟରେ ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆସୁଥିବା ଦେଖି ସମିତି ସଦସ୍ୟ ପ୍ରକାଶ ରଞ୍ଜନ ଶତପଥିଙ୍କ ନେତୃତ୍ୱରେ ଗ୍ରାମର ବହୁ ଯୁବକ ଭାଙ୍ଗି ପଡିଥିବା ଗଛଡାଳ ଏବଂ ବିଦ୍ୟୁତ ଖୁଣ୍ଟ ଗୁଡିକୁ ରାସ୍ତାରୁ ହଟାଇ ରାସ୍ତାକୁ ସଫା କରିିଥିଲେ। ଫଳରେ ରାସ୍ତାରେ ଆମ୍ବୁଲାନ୍ସ ଯିବା ସମ୍ଭବ ହେବାସହ ଅନ୍ୟାନ୍ୟ ଯାନ ବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଥିବା ଜଣାପଡିଛି । ରାଜସ୍ୱ ବିଭାଗ ପକ୍ଷରୁ କାଳ ବୈଶାଖି ଜନିତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ମାନଙ୍କୁ ଉଚିତ କ୍ଷତି ପୂରଣ ପ୍ରଦାନ ପଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।

 

Comments are closed.