ଡରେଇଲା କାଳବୈଶାଖୀର କଳା ବାଦଲ, ମଧ୍ୟାହ୍ନରେ ରାତିର ଭ୍ରମ

ପାଟଣା : ଶୁକ୍ରବାର ମଧ୍ୟାହ୍ନରୁ ଅପରାହ୍ନ ୩ଟା ଯାଏଁ କାଳ ବୈଶାଖୀ ଓ ଘୂର୍ଣ୍ଣିବଳୟର ପ୍ରଭାବରେ ପାଟଣା, ସାହାରପଡା ଓ ଘଟଗାଁ ବ୍ଳକ ଅଞ୍ଚଳରେ ଆକାଶ କଳା ବାଦଲରେ ଢାଙ୍କି ହୋଇଯାଇଥିଲା। ଫଳରେ ସ୍ଥାନୀୟ ଲୋକମାନଙ୍କ ମନରେ ଛନକା ସୃଷ୍ଟି ହେବା ସହ ମଧ୍ୟାହ୍ନରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା। କାଳବୈଶାଖୀ ପ୍ରଭାବରେ ପର୍ଯ୍ୟାୟ କ୍ରମେ ପାଟଣା, ସାହାରପଡା, ଘଟଗାଁ ବ୍ଳକ ଅଞ୍ଚଳର ଢେଙ୍କିକୋଟ ଓ ପିପିଳିଆ ଅଞ୍ଚଳରେ ଅପରାହ୍ନ ୩ଟା ଯାଏଁ ରହିବା ଫଳରେ ବର୍ଷା, ପବନ ସହ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇଥିଲେ ମଧ୍ୟ ବିଶେଷ କ୍ଷୟକ୍ଷତିର ସୂଚନା ମିଳି ନାହିଁ ।

Comments are closed.