କାଳବୈଶାଖୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକରେ ଗୁରୁବାର ଦିନ ଅଚାନକ ଘଡ଼ଗଡ଼ି ସାଙ୍ଗକୁ କାଳବୈଶାଖୀ ବର୍ଷା ସାଙ୍ଗକୁ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପିଣ୍ଡିକି ପଞ୍ଚାୟତ ଅଧିନ ନାରିଙ୍ଗି ଗ୍ରାମରେ ଏକ ବିରାଟ ଗଛ ପଡିବା ଫଳରେ ଏକ ଦୋକାନ ଘର ଭାଙ୍ଗିବା ସହ କିଛି ଗାଈ ଗୋରୁ ଗଛ ତଳେ ଚାପି ହୋଇ ରହିଥିଲେ। ତେବେ ଦୋକାନ ମାଲିକ ସୀମାଞ୍ଚଳ ଅଳ୍ପକେ ବର୍ତିଯାଇଛନ୍ତି । ସେହିପରି ଗ୍ରାମର ଆଚାରି ନାୟକଙ୍କର ମଧ୍ୟ ଦୁଇ ବଖର ଘର ନଷ୍ଟ ହୋଇଯାଇଛି । କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ଯାହାଫଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଛି।

Comments are closed.