କରୋନା ଉଜାଡ଼ିଲା ଚାଷ

କ୍ଷୀର, ଛେନା, ତରଭୁଜ ବେପାର ମାନ୍ଦା, ବ୍ୟବସାୟୀ ହତାଶ

କାକଟପୁର : ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ହୋଇଥିବାବେଳେ ପୁରୀ ଜିଲା କାକଟପୁର ବ୍ଲକରେ ଏହାର ପ୍ରଭାବରେ ବଜାରଘାଟ ଶୁନ୍‌ଶାନ ହୋଇଯାଇଛି। ତରଭୁଜ ବେପାରୀ ସନ୍ତୋଷ ସାହୁ ତରଭୁଜ ବେପାର କରି ନିଜ ପରିବାର ପୋଷଣ କରିଥାନ୍ତି। ଏବେ ସେ ନିରୁପାୟ, ତରଭୁଜ ଗଦା ହୋଇ ସଢ଼ି ନଷ୍ଟ ହୋଇଯାଇଛି। ସେହିପରି କ୍ଷୀର, ଛେନା, ପନିଅର ବ୍ୟବସାୟୀମାନେ ହାତବାନ୍ଧି ବସିଛନ୍ତି। ଦୈନିକ ହଜାର ହଜାର ଟଙ୍କା ରୋଜଗାର କରୁଥିବା ଗୋପାଳକ ଗାଈମାନଙ୍କୁ ଚୋକଡ଼ ଦାନା ଯୋଗାଇ ପାରୁନାହାନ୍ତି। ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ଆଗାମୀ ଦିନରେ ବ୍ୟବସାୟୀମାନଙ୍କର ଚିନ୍ତା ବଢ଼ାଇ ଦେଇଛି।

Comments are closed.