ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି: ସାରା ଭାରତବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ରକ୍ତ ଭଣ୍ଡାର କଣ୍ଟାବାଞ୍ଜି ଠାରେ ନିଫା ଓ ଜୁନିୟର ରେଡକ୍ରସର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିୟର ରେଡକ୍ରସ ପରାମର୍ଶଦାତା ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ରକ୍ତ ଦାନ ମହତ ଦାନ ଆଧାରରେ ଲଘୁଚାପ ପ୍ରଭାବରେ ମଧ୍ୟ ରକ୍ତଦାତା ମାନେ ଆଗ୍ରହର ସହିତ ରକ୍ତଦାନ କରିଥିଲେ । ଅପରାହ୍ଣ ୨ଟା ପର୍ଯ୍ୟନ୍ତ ୨୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ସ୍ୱତଃ ରକ୍ତଦାନ କରିଥିବା ବେଳେ ପ୍ରଦେଶ କଂଗ୍ରେସ ଛାତ୍ର ଉପସଭାପତି ଅମିତ ସିଂ ସାଲୁଜା ସେଜି ତାଙ୍କର ସହଯୋଗୀ ରାକେଶ ସେଠ, ମୁକେଶ ବେହେରା, ପିଣ୍ଟୁ ମେହେର ସହ ଉପସ୍ଥିତ ରହି ରକ୍ତଦାନ କରୁଥିବା ଲୋକଙ୍କୁ ଉତ୍ସାହିତ କରିଥିଲେ ।

Comments are closed.