MEllora 950×100

ମିଶନ ଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକ ଅଧିନ କଖଡି ପଞ୍ଚାୟତ ମିଶନଶକ୍ତି ସଦସ୍ୟାମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର, ଯୁବନେତା ଦିଲ୍ଲିପ କୁମାର ଛତାର, ପଞ୍ଚାୟତ ଦଳୀୟ ସଭାପତି ରଞ୍ଜନ କୁମାର ମୁଦୁଲି, ପୂର୍ବତନ ଟାଙ୍ଗି-ଚୌଦ୍ୱାର ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସ୍ମୀତା ସେଠୀ, ମିଶନଶକ୍ତି ଅଧିକାରୀ ପଙ୍କଜ ବେହେରା, ଅଜିତ୍ ରାଉତ, କଖଡି ପ୍ରାଥମିକ ସେବା ସମବାୟ ସମିତି ସୁରେନ୍ଦ୍ର କୁମାର ମହାନ୍ତି ଓ ନୃସିଂହ ଚରଣ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିକାଶ କ୍ଷେତ୍ରରେ ସ୍ଥାନୀୟ ମିଶନ ଶକ୍ତି ସଦସ୍ୟା ମାନଙ୍କ ବଳିଷ୍ଠ ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି କହିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ପ୍ରୋତ୍ସାହନ ରାଶି ବଣ୍ଟନ କରିଥିଲେ। ଏଥିରେ ମହିଳା ସଂଘର ସଭାପତି, ସଂପାଦକ, ସିଆରପି, ଇସି, ଏମବିକେ ଓ ବ୍ୟାଙ୍କମିତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.