କାଜଲ ଲଗାଇବା ସମୟରେ ଆପଣାନ୍ତୁ ଏହି ଟିପ୍ସ

କାଜଲ ଆଖିର ସୁନ୍ଦରତାକୁ ଦୁଇଗୁଣିତ କରିଥାଏ। ମାତ୍ର ଏହାକୁ ସଠିକ ଶୈଳୀରେ ଲଗାଇବା ଆବଶ୍ୟକ। ଭୁଲ ଶୈଳୀରେ ଲଗାଇବା ଦ୍ୱାରା ଆଖିର ସୁନ୍ଦରତାକୁ ଏହା ନଷ୍ଟ କରିଥାଏ। ଚକ୍ଷୁରେ ଅଧିକ ସମୟ ପାଇଁ କାଜଲ ଲଗାଇ ରଖିବାକୁ ଚାହିଁଲେ, ପ୍ରଥମେ କାଜଲ ଲଗାଇ ଏହା ଉପରେ ମ୍ୟାଚ କରି ଅନ୍ୟ ରଙ୍ଗର ଆଇସ୍ୟାଡ଼ୋ ସରୁ ବ୍ରଶ ସାହାଯ୍ୟରେ ଲଗାନ୍ତୁ। ଏତଦ ବ୍ୟତୀତ କଳା ରଙ୍ଗର ଆଇସ୍ୟାଡ଼ୋ ମଧ୍ୟ ଲଗାଇ ପାରିବେ। ଏପରି ଲଗାଇବା ଦ୍ୱାରା ଆଖିରେ ଅଧିକ ସମୟ ପର୍ଯ୍ୟନ୍ତ କାଜଲ ରହେ।
କାଜଲ ଲଗାଇବା ପୂର୍ବରୁ ଆଖିକୁ ଭଲ ଭାବେ ପୋଛି ଲଗାନ୍ତୁ। କେବଳ କଳା ରଙ୍ଗର ନୁହେଁ ଆପଣଙ୍କ ମୁହଁକୁ ମ୍ୟାଚ ଓ ସୁନ୍ଦର ଦେଖାଯିବା ଭଳି ଅନ୍ୟ ରଙ୍ଗର କାଜଲ ମଧ୍ୟ ଲଗାଇ ପାରିବେ।
ଗାଢ ନୀଳ ରଙ୍ଗର କାଜଲ ଲଗାଇବା ଦ୍ୱାରା, ଏହା ଆପଣଙ୍କୁ ଏକ ଭିନ୍ନ ଲୁକ ଦେଇଥାଏ।
କୌଣସି ପୂଜାପର୍ବ, ବିବାହ, ଭୋଜି ଆଦିକୁ ଯିବା ସମୟରେ ସିଲଭର ଓ ସୁନେଲି ରଙ୍ଗର କାଜଲ ଲଗାଇ ଯାଇପାରିବେ।
ଆପଣଙ୍କ ପୋଷାକ ସହ ମ୍ୟାଚ କରି ମଧ୍ୟ ଲାଇନର ଓ କାଜଲ ଲଗାଇ ପାରିବେ।

Comments are closed.