ଉଦ୍ଧାର ହେଲେ ୧୪୦୦ କୈଳାସ ମାନସରୋବର ତୀର୍ଥଯାତ୍ରୀ

0

କାଠମାଣ୍ଡୁ : ନେପାଳରେ ଅଟକି ଯାଇଥିବା କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସିମିକୋଟ୍‍ ଏବଂ ହିଲସ୍‍ାରେ ଅଟକି ରହିଥିବା ସମସ୍ତ ୧୪୦୦ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଶନିବାର ଅବଶିଷ୍ଟ ୧୬୦ ଜଣ ତୀର୍ଥଯାତ୍ରୀଙ୍କୁ ଆକାଶମାର୍ଗରେ ସ୍ଥାନାନ୍ତରିତ କରାଯିବା ପରେ ନେପାଳରେ ଅଟକି ଯାଇଥିବା କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଭାରତୀୟ ଦୂତାବାସଦ୍ୱାରା ନିଆଯାଇଥିବା ଏହି ବଡ଼ଧରଣର କାର୍ଯ୍ୟାନୁଷ୍ଠାନରେ ଗତ ୫ ଦିନ ମଧ୍ୟରେ ୧୪ ଶହରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସିମିକୋର୍ଟରୁ ନିରାପଦ ଭାବେ ସ୍ଥାନାନ୍ତରିତ କରାଯାଇଛି। ଘରୋଇ ବିମାନରେ ୮୦ଟି ଉଡ଼ାଣ ଏବଂ ହେଲିକପ୍ଟର ଯୋଗେ ୧୫୦ରୁ ଅଧିକ ଦଫାରେ ଅଟକି ରହିଥିବା ତୀର୍ଥଯାତ୍ରୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିଲା।

ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ପ୍ରମୁଖ ଅଧିକାରୀମାନଙ୍କ ସହ ନିରବଚ୍ଛିନ୍ନ ସମ୍ପର୍କରେ ଥିଲେ। ଏହି ଉଦ୍ଧାର ବା ସ୍ତାନାନ୍ତରଣ ପ୍ରକ୍ରିୟାରେ ନେପାଳ ସେନା, ଉତ୍ତର ପ୍ରଦେଶ ସରକାର ଏବଂ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ପରିସ୍ଥିତି ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲେ ମଧ୍ୟ କୌଣସି ସମ୍ଭାବ୍ୟ ପରିସ୍ଥିତି ଏଡ଼ାଇବା ପାଇଁ ଏକ ଏମ୍‍ଆଇ-୧୬ ହେଲିକପ୍ଟର ସିମିକୋଟ୍‍ଠାରେ ରଖାଯାଇଛି।

Leave A Reply