ମୋଦୀ ଓ ଟ୍ରମ୍ପ୍‍ଙ୍କ ସମ୍ମୁଖରେ ଜୟ-ଜୟ କାର କରିବେ କୈଳାଶ ଖେର

‘ନମସ୍ତେ ଟ୍ରମ୍ପ୍‍’ରେ କରିବେ ସଙ୍ଗୀତ ପରିବେଷଣ

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ୍‍’ ସମାରୋହରେ ପ୍ରସିଦ୍ଧ ଗାୟକ କୈଳାଶ ଖେର୍‍ଙ୍କ ଜୟ ଜୟ କାର ଧ୍ୱନିରେ ମୋଟେରା ଷ୍ଟାଡିୟମ୍‍ ପ୍ରକମ୍ପିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ସମ୍ମୁଖରେ କୈଳାଶ ‘ଜୟ-ଜୟ କାରା, ଜୟ-ଜୟ କାରା ସ୍ୱାମୀ ଦେନା ସାଥ ହମାରା’ ଗାଇ ସଙ୍ଗୀତ ପରିବେଷଣ ଆରମ୍ଭ କରିବେ। ‘ଅଗଡ଼ ବମ୍‍-ବମ୍‍ ଲହରୀ’ରେ ସେ ନିଜ ସଙ୍ଗୀତ ପରିବେଷଣ ଶେଷ କରିବେ।

ଏନେଇ କୈଳାଶ କହିଛନ୍ତି, “ମୁଁ ଏହି ଗୀତରେ ତାଙ୍କୁ(ଟ୍ରମ୍ପ୍‍) ମଧ୍ୟ ମୋ ସହ ନଚାଇବାକୁ ଚାହୁଁଛି”। ସୂଚନା ଅନୁସାରେ, କୌଳାଶଙ୍କ ବ୍ୟତୀତ ଗୁଜରାଟୀ ଗାୟକ କିର୍ତ୍ତିଦାନ ଗଢଭି ମଧ୍ୟ ଏହି ସମାରୋହରେ ସଙ୍ଗୀତ ପରିବେଷଣ କରିବେ।

Comments are closed.