କହ୍ନେୟାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ଜବାହର ଲାଲ ନେହରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) ଛାତ୍ର ସଙ୍ଘର ପୂର୍ବତନ ସଭାପତି ତଥାର ସିପିଆଇ ନେତା କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁରହିବ। ଦିଲ୍ଲୀ ସରକାର ଏଥିପାଇଁ ଶୁକ୍ରବାର ଅନୁମତି ଦେଇଛନ୍ତି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌କୁ ଏହାର ତଦନ୍ତ ପାଇଁ ଅନୁମତି ପ୍ରଦାନ କରାଯାଇଛି। ୨୦୧୬ ଫେବୃଆରୀ ୯ରେ ସେ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଦେଶବିରୋଧୀ ବକ୍ତବ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଫେବୃଅାରୀ ପ୍ରତମ ସପ୍ତାହରେ ଦିଲ୍ଲୀ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଦିଲ୍ଲୀ ପୁଲିସକୁ ଏହି ମାମଲା ସଂକ୍ରାନ୍ତରେ ସ୍ମରଣ କରାଇ ଦେଇଥିଲେ।

Comments are closed.