ନିଜ ପାଇଁ ସମାଧି ଖୋଳିଛନ୍ତି ୭୦ବର୍ଷୀୟ ବୃଦ୍ଧ

0

ହାଇଦ୍ରାବାଦ: ଗୁଣ୍ଟୁରର ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ନିଜ ପାଇଁ ନିଜେ କଫିନ୍‍ ବା ସମାଧି ଖୋଳିଛନ୍ତି। ଲାଲ୍‍ଚି ରେଡ୍ଡି ନାମକ ଏହି ବୃଦ୍ଧ ଜଣକ ନିଜ ଜମିର ଏକ କୋଣରେ ଏହି ସମାଧି ଖୋଳିବା ସେଥିରେ ନିଜେ ଜିଅନ୍ତା ସମାଧି ନେବାକୁ ନିଷ୍ପତ୍ତି ନେଇଛନ୍ତି। ‘ଭଗବାନ ତାଙ୍କୁ ଡାକିଛନ୍ତି। ତେଣୁ ସେ ଖୁବ୍‍ଶୀଘ୍ର ପୃଥିବୀ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି’ ବୋଲି ଲିଖିତ ଆକାରରେ ପୁଲିସକୁ ଶ୍ରୀ ରେଡ୍ଡି ଜଣାଇଦେଇଛନ୍ତି। ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ତତ୍କାଳ ସେଠାରେ ପହଞ୍ଚ ତାଙ୍କର କାଉନ୍‍ସେଲିଂ କରିବା ଆରମ୍ଭ କରିଛି। ସେ ବହୁ ଦିନ ତଳୁ ନିଜ ପରିବାରଠାରୁ ଦୂରରେ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

Leave A Reply