ହସ୍ପିଟାଲରେ କାଦର ଖାନ୍‌, ମୃତ୍ୟୁ ଖବରକୁ ଗୁଜବ କହିଲେ ପୁଅ ସରଫରାଜ୍‌

0

ମୁମ୍ବଇ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ନିଧନ ଖବରକୁ ତାଙ୍କ ପୁଅ ଖଣ୍ଡନ କରିଛନ୍ତି । କାଦର ଖାନଙ୍କ ପୁଅ ସରଫରାଜ୍ କହିଛନ୍ତି ଯେ, ଏହା କେବଳ ଗୁଜବ । ମୋ ପିତା କନାଡାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ସୂଚନାଯୋଗ୍ୟ, ୮୧ ବର୍ଷୀୟ ଅଭିନେତା କାଦର ଖାନଙ୍କ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ । ପରେ ଡାକ୍ତରମାନେ ତାଙ୍କୁ ରେଗୁଲାର ଭେଣ୍ଟିଲେଟରରୁ ବିପାପ୍ ଭେଣ୍ଟିଲେଟରକୁ ସ୍ଥାନାନ୍ତରଣ କରିଥିଲେ ।  ରେଗୁଲାର ଭେଣ୍ଟିଲେଟରରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଡାକ୍ତରମାନେ ସୂଚନା ଦେଇଥିଲେ । କାଦର ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା।

Leave A Reply