ପୁଅର ମୃତ୍ୟୁ ଖବର ଶୁଣି ରଶି ଲଗାଇ ବାପା-ମାଙ୍କ ଆତ୍ମହତ୍ୟା

ଭୁବନେଶ୍ବର: କବିସୂର୍ଯ୍ୟନଗର ନାରାୟଣପୁର ଶାସନ ଗ୍ରାମରେ ଅଘଟଣ; ପୁଅର ମୃତ୍ୟୁ ଖବର ପାଇବା ପରେ ବାପାମା’ ଆତ୍ମହତ୍ୟା କରିଛନ୍ତି। ମା’ ଘରେ ଓ ବାପା ନିକଟସ୍ଥ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୭ବର୍ଷିୟ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ବାପାମା’। ସେମାନଙ୍କ ପୁଅ ଜୁଲାଇ ୧ରେ ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ମେଡ଼ିକାଲ୍‌ରେ ସେମାନଙ୍କ ପୁଅର ମୃତ୍ୟୁ ହୋଇଥିଲା। ଆଜି ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିବା ପରେ ସେମାନେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଅର ନାଁ ସୀମାଞ୍ଚଳ ଓ ସେ ଏକ ସ୍କୁଲରେ ଶିକ୍ଷକତା କରୁଥିବା ସୂଚନା ମିଳିଛି । ତାଙ୍କର ବିବାହ ସ୍ଥିର ହୋଇଥିଲା ଓ କିଛିଦିନ ପରେ ତାଙ୍କର ବିବାହ ହୋଇଥିଲା ।

Comments are closed.