କବାଡି ମାଷ୍ଟର୍ସ : ଭାରତ ଚମ୍ପିଆନ

0

ଦୁବାଇ  : ଭାରତ କବାଡି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୪୪-୨୬ ପଏଣ୍ଟରେ ଇରାନକୁ ପରାସ୍ତ କରିଛି। ଛଅଟି ରାଷ୍ଟ୍ରକୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଇରାନ ଭାରତକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଥିଲା। ତେବେ ଭାରତୀୟ ଦଳ ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଭାରତ ପକ୍ଷରୁ ଅଧିନାୟକ ଅଜୟ ଠାକୁର, ମୋନୁ ଗୋୟାତ୍‍ ଓ ରିଷାଙ୍କ୍‍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଇରାନ ଦଳକୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ମଧ୍ୟାନ୍ତର ସୁଦ୍ଧା ଭାରତ ୧୮-୧୧ ପଏଣ୍ଟରେ ଆଗୁଆ ରହିଥିଲା। ବିରତି ପରେ ଭାରତୀୟ ରକ୍ଷଣଭାଗ ଖେଳାଳି ସୁରଜିତ ଓ ଗିରିଶଙ୍କ ତତ୍ପରତା ଯୋଗୁଁ ଦଳ ଏକାଧିକ ପଏଣ୍ଟ ହାସଲ କରିଥିଲା। ଭାରତ ସଂଗଠିତ ଶୈଳୀରେ ପ୍ରଦର୍ଶନ ଜାରି ରଖିଥିବାରୁ ଏଭଳି ସଫଳତା ମିଳିଛି ବୋଲି ପ୍ରଶିକ୍ଷକ ଶ୍ରୀନିବାସ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply