ଜୀବନରେ କିଛି କରିବାକୁ ଚାହୁଁଥିଲେ ରିକ୍ସ ନେବା ଶିଖ: ଶିବନ

0

ଭୁବନେଶ୍ୱର : ରିକ୍ସ ନ ନେଲେ ଜୀବନରେ କିଛି କରିପାରିବ ନାହିଁ।  ଜୀବନରେ କିଛି କରିବାକୁ ଚାହୁଁଥିଲେ ରିକ୍ସ ନେବା ଶିଖ। ତା’ହେଲେ ଯାଇ ସଫଳ ହୋଇପାରିବ । ଶନିବାର ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଛାତ୍ରଛାତ୍ରୀମାନଙ୍କୁ ଏପରି ପରାମର୍ଶ  ଦେଇଛନ୍ତି ।

samajalive.in

ସମାବର୍ତ୍ତନ ଉତ୍ସବରେ ଶିବନ ମୁଖ୍ୟ ଅତିଥିଭବେ ଯୋଗ ଦେଇ କହିଥିଲେ, ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟିର ପ୍ରମୁଖ ଭୂମିକା ରହିଛି। ବୈଷୟିକ ଜ୍ଞନକୌଶଳ ଦ୍ୱାରା ଜୀବନର ମାନ ବଢିପାରିବ। ସେ ନିଜେ ଜଣେ ଆଇଆଇଟି ଛାତ୍ର ଥିଲେ । ଏହି ଅନୁଷ୍ଠାନରେ ତାଙ୍କର ଶିକ୍ଷାଦୀକ୍ଷା ବଢିଛି ବୋଲି ସେ ଉଦବୋଧନରେ କହିଥିଲେ।

Leave A Reply