ଦଳଗତ ବ୍ୟାଡ୍‍ମିଣ୍ଟନ ସେମିରେ ଭାରତ

0

ଗୋଲ୍‍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମିଶ୍ରିତ ଦଳଗତ ବ୍ୟାଡ୍‍ମିଣ୍ଟନ ଇଭେଣ୍ଟରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଭାରତ ୩-୦ ମ୍ୟାଚ୍‍ରେ ସହଜରେ ମରିସସ୍‍କୁ ପରାସ୍ତକରି ଅନ୍ତିମ ୪ଟି ଦଳଙ୍କ ମଧ୍ୟରେ ପ୍ରବେଶ କରିଛି। ପ୍ରଥମ ପୁରୁଷ ସିଙ୍ଗଲ୍‍ସ ମ୍ୟାଚ୍‍ରେ ବିଶ୍ୱର ୨ନଂ ଖେଳାଳି କେ. ଶ୍ରୀକାନ୍ତ ମାତ୍ର ୨୯ ମିନିଟରେ ମରିସସ୍‍ର ଜର୍ଜେସ ଜୁଲିଏନ୍‍ ପଲ୍‍ଙ୍କୁ ୨୧-୧୨, ୨୧-୧୪ରେ ପରାସ୍ତକରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ପରେ ପୁରୁଷ ଡବଲ୍‍ସ ଯୋଡ଼ି ସାତ୍ତ୍ୱିକ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ମରିସସ୍‍ର ଆତିସ୍‍ ଲୁବା ଓ କ୍ରିଷ୍ଟୋଫର ଜାଁ ପଲଙ୍କୁ ୨୧-୧୨, ୨୧-୩ରେ ପରାସ୍ତ କରିଥିଲେ। ପରେ ମହିଳା ଡବଲ୍‍ସ ମ୍ୟାଚରେ ଭାରତର ଏସ୍‍. ସିକ୍କି ରେଡ୍‍ଡୀ ଓ ଅଶ୍ୱିନୀ ପୋନପ୍ପା ସହଜରେ ମରିସସ୍‍ର ଔରେଲି ମ୍ୟାରି ଏଲିସା ଓ ନିକି ଚାନ୍‍-ଲାମ୍‍ଙ୍କୁ ୨୧-୮, ୨୧-୭ରେ ପରାସ୍ତ କରିଥିଲେ। ଶନିବାର ସେମିଫାଇନାଲରେ ସିଙ୍ଗାପୁର ବିରୋଧରେ ଖେଳିବ ଭାରତ।

Leave A Reply