କେରଳ ବିଧାନସଭାରେ ପ୍ରଥମ ଥର ବସିବେ ଶ୍ବଶୁର-ଜ୍ବାଇଁ

ତିରୁଅନନ୍ତପୁରମ୍‌ : କେରଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପିନାରାଇ ବିଜୟନ୍‌। ଖୁବ୍ ଶୀଘ୍ର ଦଳର ପଲିଟିବ୍ୟୁରୋ ବୈଠକ ଓ ନବନିର୍ବାଚିତ ବିଧାୟକ ଦଳ ବୈଠକ ବସି ନୂଆ ନେତା ନିର୍ବାଚନ କରାଯିବ। ବିଜୟନ ପୁନର୍ବାର ନେତା ନିର୍ବାଚିତ ହେବା ପରେ କ୍ରମାଗତ ଦ୍ବିତୀୟ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନୂଆ ମନ୍ତ୍ରିମଣ୍ଡଳ ଗଠନ ସହିତ ସେ ଆଉ ଏକ ଇତିହାସ ସୃଷ୍ଟି କରିବେ ବୋଲି ସୂଚନା ମିଳିଛି। ଏହି ଅନୁସାରେ ବିଜୟନ୍‌ଙ୍କ ଜ୍ବାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଶୁଣାଯାଉଛି। ୭୭ବର୍ଷୀୟ ବିଜୟନ୍‌ଙ୍କ ଜ୍ବାଇଁ ତଥା ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେସନ୍‌ ମୁଖ୍ୟ ପି.ଏ ମହମ୍ମଦ ରିୟାସ୍‌ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ପ୍ରଥମ ଥର ପାଇଁ ଶ୍ବଶୁର-ଜ୍ବାଇଁଙ୍କୁ ଦେଖିବାକୁ ମିଳିବ।

Comments are closed.