ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ : ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବୁଧବାର ବିଜେପିରେ ଯୋଗଦେବା ପରେ ତାଙ୍କୁ ରାଜ୍ୟସଭା ପ୍ରର୍ଥୀ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ତେଣୁ ବିଜେପିର ରାଜ୍ୟସଭା ପ୍ରର୍ଥୀ ତାଲିକାରେ ଜ୍ୟୋତିରାଦିତ୍ୟଙ୍କ ନାଁ ସ୍ଥାନ ପାଇଛି। ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ମାତ୍ର ୩ ଘଣ୍ଟା ତଳେ ସେ ବିଜେପିରେ ଯୋଗ ଦେବା ପରେ ଦଳ ତାଙ୍କୁ ଉପହାର ସ୍ବରୂପ ରାଜ୍ୟସଭାକୁ ପଠାଇବା ପାଇଁ ଦଳ ଘୋଷଣା କରିଛି।

ମଙ୍ଗଳବାର ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ସେ ବି​ଜେପିରେ ଯୋଗ ଦେଇଥିଲେ।

Comments are closed.