ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଉଭୟଙ୍କୁ ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ଯନ୍ତ୍ରଣା ହେବାରୁ ଜ୍ୟୋତିରାଦିତ୍ୟଙ୍କର କରୋନା ପରୀକ୍ଷଣ କରାଯାଇଥିଲା, ତାଙ୍କ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସିଥିଲା । ଏହପରେ ତାଙ୍କ ମାଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା ତାଙ୍କ ମା ମଧ୍ୟ ପଜିଟିଭ୍ ଥିବା ଜଣାପଡିଥିଲା । ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମା ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିରଥିବା ଜଣାପଡିଛି । ତେବେ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା କିପରି ସଂକ୍ରମିତ ହେଲେ ତାହା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ ଏହାପୂର୍ବରୁ  ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଠାରେ କରୋନାଭାଇରସର ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ନେଗେଟିଭ୍ ଆସିବା ସହ ସେ ସୋମବାର ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ଏହାସହ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖାଦେବାରୁ ମଙ୍ଗଳବାର ସକାଳେ ତାଙ୍କ ନମୁନା ପରୀକ୍ଷଣ ହେବାକୁ ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ରିପୋର୍ଟ ଆସିନାହିଁ ।

Comments are closed.