ମୋଦୀ ସବୁଠାରୁ ଲୋକପ୍ରିୟ ଓ ଦୂରଦୃଷ୍ଟି ସମ୍ପନ୍ନ ନେତା – ଜଷ୍ଟିସ୍ ଶାହା

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍ ଆର ଶାହା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁଠାରୁ ଲୋକପ୍ରିୟ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା ବୋଲି ବର୍ଣ୍ଣନା କରିଛନ୍ତି। ଗୁଜୁରାଟ ହାଇକୋର୍ଟର ହୀରକ ଜୟନ୍ତୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଶାହା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଜଷ୍ଟିସ୍ ଶାହା ତାଙ୍କ ଅଭିଭାଷଣରେ କହିଥିଲେ, ‘ମୁଁ ଗୁଜୁରାଟ ହାଇକୋର୍ଟର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଆମର ଅତି ଲୋକପ୍ରିୟ ଓ ଦୂରଦୃଷ୍ଟିସମ୍ପନ୍ନ ନେତା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି।

ସେ କହିଛନ୍ତି, ଭାରତୀୟ ସମ୍ବିଧାନ ଅଧୀନରେ ପ୍ରତିଷ୍ଠିତ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ସଂସଦ, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ମଧ୍ୟରେ କ୍ଷମତାର ବିଭାଜନ। ଗଜୁରାଟ ହାଇକୋର୍ଟ କେବେ ତାହାର ନିର୍ଦ୍ଧାରିତ ସୀମା ଅତିକ୍ରମ କରିନାହିଁ ଓ ସେଥିପାଇଁ ସେ ଗର୍ବିତ ବୋଲି କହିଛନ୍ତି। ସେ ସେଠାରେ ୧୪ ବର୍ଷ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଅନେକ ବର୍ଷ ଆଇନ ଅଭ୍ୟାସ କରିଥିଲେ।

Comments are closed.