୨୨ ସୁଦ୍ଧା ଯୋଗଦେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

0

କଟକ : ଓଡ଼ିଶା ହାଇକୋର୍ଟରେ ଆସନ୍ତା ୨୨ତାରିଖ ମଧ୍ୟରେ କାର୍ଯ୍ୟରେ ଯୋଗଦେବା ପାଇଁ ମାଡ୍ରାସ ହାଇକୋର୍ଟ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ କେନ୍ଦ୍ର ଆଇନ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କ ଝାଡଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ ହୋଇଥିବାବେଳେ ଆସନ୍ତା ୨୨ତାରିଖ ମଧ୍ୟରେ ଝାଡ଼ଖଣ୍ଡ ହାଇକୋର୍ଟରେ ଯୋଗଦେବା ପାଇଁ ଆଇନ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ମଦନ ବି. ଲୋକୁର, ବିଚାରପତି କୁରିଆନ ଯୋଶେଫ, ବିଚାରପତି ଏ.କେ. ସିକ୍ରି ଓ ବିଚାରପତି ଏସ.ଏ. ବୋବ୍‌ଡେଙ୍କୁ ନେଇ ଗଠିତ କଲେଜିୟମ ଓଡିଶା ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ବମ୍ବେ ହାଇକୋର୍ଟ ଏବଂ ବିଚାରପତି ସୁଜିତ ନାରାୟଣ ପ୍ରସାଦଙ୍କୁ ଝାଡଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରିଥିବା ବେଳେ ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ଫେରାଇ ଆଣିବା ପାଇଁ ସୁପାରିସ କରିଥିଲେ।

Leave A Reply