ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ଶନିବାର ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିବେ।

ଜଷ୍ଟିସ ଝାଭେରୀ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପ୍ରାୟ ୧୭ମାସ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଛନ୍ତି।
ଜଷ୍ଟିସ ଝାଭେରୀ ୨୦୦୪ ମାର୍ଚ୍ଚ ୭ ତାରିଖରେ ଗୁଜୁରାଟ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୦୫ ଜୁନ ୨୨ ତାରିଖରେ ସେଠାରେ ସ୍ଥାୟୀ ବିଚାରାପତିଭାବେ ନିଯୁକ୍ତି ପାଇଥିଲେ। ପରେ ୨୦୧୬ ଅଗଷ୍ଟ ୨୪ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଦକ୍ଷତାର ସହ କାର୍ଯ୍ୟକରି ସେ ୨୦୧୮ ଅଗଷ୍ଟ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।

 

 

Comments are closed.