ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଉକ୍ତ ଦିନ ପ୍ରକାଶ ପାଇବାକୁ ଥିବାବେଳେ ସେହିଦିନ ସେ ଅବସର ଗ୍ରହଣ କରିବେ। ତାଙ୍କ ପରେ ଜଷ୍ଟିସ ଏସ.ଏ. ବୋବ୍‌ଡେ ପ୍ରଧାନ ବିଚାରପତି ସ୍ଥାନ ଅଳଙ୍କୃତ କରିବେ। ଏ ନେଇ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି। ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି। ଜଷ୍ଟିସ ବୋବଡେ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଆସନ୍ତା ୨୦୨୧ ଏପ୍ରିଲ ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

Comments are closed.