ଜଷ୍ଟିସ୍ ରଘୁବୀର ଦାସ ଓଏଚଆରସି ସଦସ୍ୟ ଭାବେ ନିଯୁକ୍ତ

0

ଭୁବନେଶ୍ୱର : ଓଡ଼ିଶା ମାନବିକ ଅଧିକାର କମିଶନର ସଦସ୍ୟ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଜ୍ୟର ଆଇନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିବା ଜଷ୍ଟିସ ବୀର କିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖ ଦିନ ଶେଷ ହୋଇଥିଲା ।

ସୂଚନାଯୋଗ୍ୟ, ଯେ ଗତ ୨୦ ତାରିଖରେ ରାଜ୍ୟ ସରକାର ପକ୍ଷରୁ ଓଡିଶା ମାନବିକ ଅଧିକାର କମିଶନର ସଦସ୍ୟ ଓ ଅଧ୍ୟକ୍ଷଙ୍କ ପାଇଁ ନାମ ସୁପାରିଶ କରାଯାଇ ରାଜ୍ୟପାଳଙ୍କ ନିକଟକୁ ପଠାଥିଲା ।

Leave A Reply