ଜଷ୍ଟିସ ରମନ୍ନା ପରବର୍ତ୍ତୀ ସିଜେଆଇ, ୨୪ରେ ଶପଥଗ୍ରହଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଲେଜିୟମଙ୍କ ପକ୍ଷରୁ କରାଯାଇଥିବା ସୁପାରିସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ.ଏ. ବୋବଡେ ଜଷ୍ଟିସ ରମନ୍ନାଙ୍କ ନାମକୁ ସୁପାରିସ କରିଥିଲେ।

ସିଜେଆଇ ବୋବଡେ ଆସନ୍ତା ୨୩ ତାରିଖରେ ଅବସର ଗ୍ରହଣ କରିବେ। ଏହା ପରେ ୨୪ ତାରିଖରେ ଜଷ୍ଟିସ ରମନା ପରବର୍ତ୍ତୀ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ରମନ୍ନାଙ୍କ ପୂରା ନାମ ହେଉଛି ନାଥୁଲାପତି ଭେଙ୍କଟ ରମନ୍ନା। ୨୦୧୪ରେ ସେ ସୁପ୍ରିମକୋର୍ଟ ବିଚାରପତି ଭା​‌ବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ସରିବାକୁ ଆଉ ୨ବର୍ଷରୁ କମ୍‌ ସମୟ ରହିଛି। ୨୦୨୨ ଅଗଷ୍ଟ ୨୬ରେ ସେ ଅବସର ଗ୍ରହଣ କରିବେ।

Comments are closed.