ବରିଷ୍ଠ ନାଗରିକଙ୍କ ସୁରକ୍ଷା ନିଶ୍ଚିତ ହେବା ଜରୁରୀ – ଜଷ୍ଟିସ ଦାଶ

ଭୁବନେଶ୍ୱର: ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ଏମ. ଦାଶ ରାଜ୍ୟର ବରିଷ୍ଠ ନାଗରିକ ଏବଂ ପିତାମାତାମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଆଇନର କଡାକଡି ପାଳନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ବରିଷ୍ଠ ନାଗରିକଙ୍କ ଅଧିକାରର ସୁରକ୍ଷା ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳାରେ ଉଦବୋଧନ ଦେବା ଅବସରରେ ଜଷ୍ଟିସ ଏମ.ଏମ. ଦାଶ କହିଛନ୍ତି, ୨୦୦୭ରେ ଗ୍ରହଣ କରାଯାଇଥିବା ବରିଷ୍ଠ ନାଗରିକ ଏବଂ ପିତାମାତାମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଆଇନକୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଆବଶ୍ୟକ।

ସେ କହିଛନ୍ତି ଯେ ଆଜିର ସମାଜରେ ବିଦେଶରେ କାର୍ଯ୍ୟ କରୁଥିବା ପିଲାମାନଙ୍କ ବାପ ମା ଆପାର୍ଟମେଣ୍ଟରେ ଏକାକୀ ଜୀବନ କାଟୁଛନ୍ତି ଓ ସେମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ କୌଣସି ବ୍ୟବସ୍ତା ନାହିଁ। ଅନେକ କ୍ଷେତ୍ରରେ ପିତାମାତାଙ୍କ ଶେଷକୄତ୍ତ୍ୟ କରିବାକୁ ମଧ୍ୟ ପିଲାମାନେ ଆସୁନାହାନ୍ତି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଆନ୍ତର୍ଜାତିକ ମାନର ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଜଷ୍ଟିସ ଏମ.ଏମ. ଦାଶ।

Comments are closed.