ଜଷ୍ଟିସ କୁରିଏନ୍‍ ଯୋସେଫଙ୍କ ଅବସର

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ତୃତୀୟ ବରିଷ୍ଠ ବିଚାରପତି ଜଷ୍ଟିସ କୁରିଏନ୍‍ ଯୋସେଫ ଗୁରୁବାର ଅବସର ନେଇଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ୫ବରିଷ୍ଠ ବିଚାରପତିଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ଉପସ୍ଥିତ ରହି ସେ ଚର୍ଚ୍ଚାକୁ ଆସିଥିଲେ। ସୁପ୍ରିମକୋର୍ଟରେ ଦୀର୍ଘ ସାଢ଼େ ୫ବର୍ଷ କାର୍ଯ୍ୟ କରିଥିବା ଜଷ୍ଟିସ ଯୋସେଫ ଏସ୍‍ସି/ଏସ୍‍ଟି ସଂରକ୍ଷଣ ମାମଲା ଓ ତିନି ତଲାକ ମାମଲା ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ନିକଟରେ କେରଳ ବନ୍ୟା ପାଇଁ ସହାୟତା ସଂଗ୍ରହ କରିବାକୁ ଯାଇ ସେ ଏକ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ। ସୁପ୍ରିମକୋର୍ଟ ବାର୍‍ରେ ତାଙ୍କୁ ‘ସ୍ମାଇଲିଂ ଜଜ୍‍’ ଆଖ୍ୟା ଦିଆଯାଇଥିଲା। ଜଷ୍ଟିସ ଯୋସେଫଙ୍କ ନିଜ ଘର କେରଳରେ। ସେ ୧୯୭୯ରେ କେରଳ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୦ରେ କେରଳ ହାଇକୋର୍ଟରେ ବିଚାରପତି ଭାବେ ଯୋଗଦେଇଥିଲେ ଓ ୨୦୧୦ରେ ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।

Leave A Reply