ଶପଥ ଗ୍ରହଣ କଲେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି କେ.ଏସ୍‍. ଝାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ ୨୦୦୮ ମସିହାରେ ସମ୍ବଲପୁରର ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ୨୦୧୦ରେ ବ୍ରହ୍ମପୁର ଦ୍ୱିତୀୟ ଏମ୍‍ଏସିଟିର ସଦସ୍ୟ ଓ ୨୦୧୧ ମସିହାରେ ଅତିରିକ୍ତ ଆଇନ ସଚିବ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ। ୨୦୧୫ ମେ ମାସରୁ ୨୦୧୮ ମସିହା ଜୁନ ମାସ ପର୍ଯ୍ୟନ୍ତ ସେ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୮ ମସିହା ଜୁଲାଇ ୪ ତାରିଖରୁ ସେ ଗଞ୍ଜାମ ଜିଲ୍ଲା ଦୌରାଜଜ୍‍ ଭାବେ କାର୍ଯ୍ୟ କରି ଆସୁଥିଲେ।

Comments are closed.