ଆପଣ ମଧ୍ୟ ଜଙ୍କ୍‍ଫୁଡ଼୍‍ ପାଇଁ ପାଗଳ କି? ହୋଇଯାଆନ୍ତୁ ସାବଧାନ!

0

ଚଟ୍‍ପଟା ଖାଦ୍ୟ ବା ଜଙ୍କ୍‍ଫୁଡ଼୍‍ ଖାଇବା ଆଜିକାଲିର ଯୁବପିଢିଙ୍କ ସଉକ ପାଲଟିଛି। ପିଜ୍ଜା, ବର୍ଗର, ପାସ୍ତା, ଚାଓମିନ୍‍ ଆଦି ପାଇଁ କିଶୋର, ଯୁବକଙ୍କ ସମେତ ମହିଳାମାନେ ମଧ୍ୟ ପାଗଳ। ଏହାକୁ ଆଜିର ଯୁବପିଢି ତାଙ୍କ ଦୈନନ୍ଦିନର ଜୀବନଶୈଳୀ ଭାବେ ଗ୍ରହଣ କରିଛନ୍ତି। ହେଲେ ସମସ୍ତଙ୍କୁ ପାଗଳ କରୁଥିବା ଏହି ଜଙ୍କ୍‍ଫୁଡ଼୍‍ ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ହାନୀକାରକ ସାବ୍ୟସ୍ତ ହୋଇଥାଏ। ଡାକ୍ତରମାନେ ମଧ୍ୟ ଜଙ୍କ୍‍ଫୁଡ଼୍‍ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାଆନ୍ତି। ତେବେ ଚାଲନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଶରୀରର କି କ୍ଷତି ହୋଇଥାଏ –
– ଜଙ୍କ୍‍ଫୁଡ଼୍‍ ଖାଇବା ଦ୍ୱାରା ଶରୀରର ଶକ୍ତି କମ୍‍ ହେବାକୁ ଲାଗେ। ଫଳସ୍ୱରୂପ ଅଧିକାଂଶ ସମୟ ଥକ୍କା ଅନୁଭୂତ ହୋଇଥାଏ।
– ଜଙ୍କ୍‍ଫୁଡ଼୍‍ କୁ ସେହି ଗୋଟିଏ ତେଲରେ ବାରମ୍ବାର ଡିପ୍‍ ଫ୍ରାଏ(କଷିବା) କରାଯାଇଥାଏ। ଏହି ତେଲ ପେଟରେ ଯାଇ ଜମା ହୋଇଯାଇଥାଏ। ଏଥିରେ ଫାଇବର ଆଦୌ ନଥାଏ କହିଲେ ଅତ୍ୟୁକ୍ତି ହେବନାହିଁ, ଯାହା ଫଳରେ ହଜମ ହେବା କଷ୍ଟକର ହୋଇଥାଏ।
– ଏହା କାର୍ବୋହାଇଡ୍ରେଟ୍‍ ଓ ପ୍ରୋଟିନ୍‍ ର ସ୍ତରକୁ କମାଇ ଦେଇଥାଏ। ଯଦ୍ୱାରା ଅଧିକ ଭୋକ ଲାଗିଥାଏ ଓ ଲୋକେ ଅଧିକ ମାତ୍ରାରେ ଜଙ୍କ୍‍ଫୁଡ଼୍‍ ଖାଇଥାଆନ୍ତି।
– ଜଙ୍କ୍‍ଫୁଡ଼୍‍ ଖାଇବା ଦ୍ୱାରା ହୃଦ୍‍ ରୋଗ ହେବାର ଆଶଙ୍କା ବଢିଯାଇଥାଏ। କାରଣ ଏଥିରେ କୋଲେ​‌ଷ୍ଟ୍ରୋ​‌ଲ୍‍ ଓ ଟ୍ରାଇଗ୍ଲିସେରାଇଡ଼୍‍ ପ୍ରଚୁର ମାତ୍ରାରେ ଥାଏ। ଏହାଦ୍ୱାରା ମୋଟାପଣ ସମସ୍ୟା ମଧ୍ୟ ଦେଖା ଦେଇଥାଏ।
– ଏହା ଯକୃତ ବା ଲିଭର୍‍ ଉପରେ ମଧ୍ୟ ବହୁତ କୁପ୍ରଭାବ ପକାଇଥାଏ।

Leave A Reply