କନିଷ୍ଠ ମହିଳା ହକି ବିଶ୍ବକପ୍‌, ପୁଲ୍‌ ‘ସି’ରେ ଭାରତ

ଲାଓସାନେ: ଦକ୍ଷିଣ ଆଫ୍ରିକାର ପୋଚଫ୍‌ଷ୍ରୁମ୍‌ରେ ଆସନ୍ତା ଡିସେମ୍ବର ୫ରୁ ୧୬ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା କନିଷ୍ଠ ମହିଳା ହକି ବିଶ୍ବକପ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପକ୍ଷରୁ ଗ୍ରୁପ ସ୍ଥିର କରାଯାଇଛି। ଭାରତ ପୁଲ୍‌ ‘ସି’ରେ ଗତଥରର ଚମ୍ପିଆନ ଆର୍ଜେଣ୍ଟିନା, ଜାପାନ ଓ ରୁଷ୍‌ ସହିତ ସ୍ଥାନ ପାଇଛି। ଭାରତ ଡିସେମ୍ବର ୬ରେ ରୁଷ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଥିବା ବେଳେ ୭ରେ ଆର୍ଜେଣ୍ଟିନ​‌ା ଓ ୯ରେ ଜାପାନ ସହିତ ଗ୍ରୁପ ଲିଗ୍‌ ମ୍ୟାଚ ଖେଳିବ।

Comments are closed.