ସର୍ବକନିଷ୍ଠ ମନ୍ତ୍ରୀ ନୀତୀଶ

ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ କୁଚ୍‌ବେହାରରୁ ଲୋକସଭାକୁ ନିର୍ବାଚିତ ନୀତୀଶ ପ୍ରମାଣିକ ହେଉଛନ୍ତି ମୋଦୀଙ୍କ ମନ୍ତ୍ରିମଣ୍ଡଳର ସର୍ବକନିଷ୍ଠ ମନ୍ତ୍ରୀ। ତାଙ୍କୁ ଏବେ ମାତ୍ର ୩୫ବର୍ଷ। କଲକାତା ପ୍ରଭାବରୁ କୁଚ୍‌ବେହାରକୁ ମୁକ୍ତ କରିବାରେ ପାରଦର୍ଶିତା ଦେଖାଇଥିବାରୁ ମୋଦୀ ତାଙ୍କୁ ନିଜ ଦଳରେ ସାମିଲ କରିଥିବା କୁହାଯାଉଛି। କୁଚ୍‌ବେହାର ଅଞ୍ଚଳରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାରେ ସେ ପ୍ରଥମ ବ୍ୟକ୍ତି। ୨୦୧୯ ସାଧାରଣ ନିର୍ବାଚନରେ ନୀତୀଶ ୫୪ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ; କିନ୍ତୁ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ଦିନହାଟ୍‌ ନିର୍ବାଚନ ମଣ୍ଡଳୀରୁ ମାତ୍ର ୫୭ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କ ଯୋଗୁଁ ଉତ୍ତର ବଙ୍ଗରେ ଦଳ ମୋଟ ୯ଟିରୁ ୭ ଆସନରେ ବିଜୟୀ ହୋଇଛି।

Comments are closed.