କନିଷ୍ଠ ପୁରୁଷ ହକି ବିଶ୍ବକପ: ପହଞ୍ଚିଲେ ଆର୍ଜେଣ୍ଟିନା, ଫ୍ରାନ୍‌ସ ଓ ନେଦରଲାଣ୍ଡସ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ କନିଷ୍ଠ ପୁରୁଷ ହକି ବିଶ୍ବକପ। ଏଥିପାଇଁ ଗୋଟିଏ ପରେ ଗୋଟିଏ ଦଳ ଭୁବନେଶ୍ବରରେ ପହଞ୍ଚିବାରେ ଲାଗିଛନ୍ତି। ମଙ୍ଗଳବାର ବେଲଜିୟମ ଦଳ ପହଞ୍ଚିଥିବାବେଳେ ବୁଧବାର ୩ଟି ଦଳ ଆର୍ଜେଣ୍ଟିନା, ଫ୍ରାନ୍‌ସ ଓ ନେଦରଲାଣ୍ଡସ୍‌ ଭୁବନେଶ୍ବରେ ପହଞ୍ଚିଛନ୍ତି। ଆର୍ଜେଣ୍ଟିନା ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ବସରେ ଖେଳାଳିମାନଙ୍କୁ ହୋଟେଲକୁ ନିଆଯାଇଥିଲା। ସେହିପରି ଅପରାହ୍ଣରେ ଫ୍ରାନ୍‌ସ ଓ ନେଦରଲାଣ୍ଡସ୍‌ ଦଳ ପହଞ୍ଚିଥିଲେ। ଖେଳାଳିମାନେ ହୋଟେଲରେ ଅବସ୍ଥାନ କରିଛନ୍ତି। କରୋନା ପରୀକ୍ଷା ପରେ ଦୁଇଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି।

ଆର୍ଜେଣ୍ଟିନା ଗ୍ରୁପ-ଡିରେ ଜର୍ମାନୀ, ଇଜିପ୍ଟ ଓ ପାକିସ୍ତାନ ସହ ସ୍ଥାନ ପାଇଛି। ଦଳ ୨୫ରେ ଇଜିପ୍ଟ ସହିତ ଖେଳି ଅଭିଯାନ ଆରମ୍ଭ କରିବ। ସେହିପରି ଫ୍ରାନ୍‌ସ ଗ୍ରୁପ-ବି ରେ ଭାରତ, ପୋଲାଣ୍ଡ ଓ କାନାଡା ସହିତ ସ୍ଥାନ ପାଇଛି। ଦଳ ୨୪ରେ ଭାରତ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ନେଦରଲାଣ୍ଡ୍‌ସ ଗ୍ରୁପ-ସିରେ ଦକ୍ଷିଣ କୋରିଆ, ସ୍ପେନ ଓ ଆମେରିକା ସହିତ ସ୍ଥାନପାଇଛି। ଏହା ୨୫ରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

Comments are closed.