ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ୱେସକୋର କନିଷ୍ଠ ଯନ୍ତ୍ରୀ

ସୁନ୍ଦରଗଡ : ସୁନ୍ଦରଗଡରେ  ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ୱେସକୋ କନିଷ୍ଠ ଯନ୍ତ୍ରୀ ଧରାପଡିଛନ୍ତି। ପରେ ୱେସକୋର ସବଡେଗା ସେକସନର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ଦେଓଙ୍କୁ ଭିଜିଲାନ୍ସ ଗିରଫ କରିଛି। ଟାଙ୍ଗର ଗାଁରେ ଟ୍ରାନ୍ସଫର୍ମ ବସାଇବା ପାଇଁ ଯଶୋବନ୍ତ ଲାଞ୍ଚ ନେଉଥିବା ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.