କଲରା ପତରିଆ କିମ୍ବା ଜଙ୍ଗଲୀ କ୍ୟାଟ୍ସ ଦୁଇ ଶାବକ ଉଦ୍ଧାର

 

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ କଲରା ପତରିଆ କିମ୍ବା ଜଙ୍ଗଲୀ କ୍ୟାଟ୍ସ ପ୍ରଜାତିର ଦୁଇ ଶାବକ ଉଦ୍ଧାର ହୋଇଛନ୍ତି । ଏହାକୁ ବାଘ ଛୁଆ ଭାବି ଗାଁ ଲୋକ ଭୟଭୀତ ହୋଇପଡିଛନ୍ତି।  ଜିଲ୍ଲାର ସୋର ଥାନା ଅଲ୍ଲିପୁର ଗ୍ରାମ ରାମଚନ୍ଦ୍ର ବାରିକ ବିଲରେ କାମ କରୁଥିବା ବେଳେ ଦୁଇ ଶାବକ କଲରା ପତରିଆ କିମ୍ବା ଜଙ୍ଗଲୀ କ୍ୟାଟ୍ସଙ୍କୁ ଏକ ବୁଦା ମୂଳରୁ ଉଦ୍ଧାର କରିଛନ୍ତି। ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ଏମାନେ ଖସି ଆସିଥିବା ସନ୍ଦେହ କରାଯାଉଛି। ଏନେଇ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି।

Comments are closed.