ଜୁନାଗଡ ଜିଲା ଦାବିକୁ ସମର୍ଥନ କରି କଲମପୁର ବନ୍ଦ

0

କଲମପୁର : ନୂତନ ଜିଲା ଗଠନ ନେଇ ଦାବି ଜୋର ହେବାରେ ଲାଗିଛି। ଏହି ଦାବି କେବଳ ସହରାଞ୍ଚଳରେ ସୀମିତ ନରହି ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଧର୍ମଗଡ ଉପଖଣ୍ଡର କଲମପୁର, ଜୟପାଟଣା, କୋକସରା, ଧର୍ମଗଡ, ଗୋଲାମୁଣ୍ଡା ଓ ଜୁନାଗଡ ବ୍ଲକ ସମେତ ଭବାନିପାଟଣା ଉପଖଣ୍ଡରେ ଥିବା ଆଦିବାସୀ ଅଧ୍ୟୁଷିତ ଥୁଆମଉଲ ରାମପୁର ବ୍ଲକର ମଧ୍ୟବର୍ତି ଅଞ୍ଚଳ ଜୁନାଗଡ। ଜୁନାଗଡ ଏକ ଐତିହ୍ୟ ପୂର୍ଣ୍ଣ ସହର। ପୁଣି କଳାହାଣ୍ଡି ରାଜତନ୍ତ୍ରର ଏକ ଗଡଜାତ ଅଞ୍ଚଳର ରାଜଧାନୀ ଭାବେ ପରିଚିତି ରହିଛି। ଏକ ପୁରୁଣା ସହର ଓ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ। ଏହି ସହରର ଲୋକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ଯୋଗାଯୋଗ ପାଇଁ ରେଳ ଚଳାଚଳ ସହ ଜାତୀୟ ରାଜପଥର ବ୍ୟବସ୍ଥା ହେଇ ସାରିଛି। ବ୍ୟବସାୟୀକ ଦୃଷ୍ଟିକୋଣରୁ ଜୁନାଗଡ ଏକ ପେଣ୍ଠସ୍ତଳ ତେଣୁ ଧର୍ମଗଡ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି ର ଗୁରୁତ୍ୱ ଦୃଷ୍ଟିରୁ ଜୁନାଗଡ ଠାରେ ଜିଲା ସଦର ମହାକୂମା ପ୍ରତିଷ୍ଠା କରିବା ନେଇ ଜୁନାଗଡ ସଚେତନ ନାଗରିକ ମଞ୍ଚ ଆହ୍ୱାନ ଦେଇଛି। ଏହି ଆହ୍ୱାନକୁ କଲମପୁର ସଚେତନ ନାଗରୀକ ମଂଚ, କଲମପୁର ବଣିକ ସଂଘ ସମର୍ତନ ଜଣାଇ ଗୁରୁବାର ଏକ ବଜାର ଦିନ ଥିଲେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ।
କଳାହାଣ୍ଡି ଜିଲାର ଧର୍ମଗଡ ଉପଖଣ୍ଡର ୬ ଗୋଟି ବ୍ଲକ ସମେତ ଥୁଆମୁଳ ରାମପୁର ବ୍ଲକର ଜନ ସଂଖ୍ୟା ୧୦ ଲକ୍ଷ। ଯାହା ସୋନପୁର, ବୌଦ୍ଦ, ଦେବଗଡ ଭଳି କ୍ଷୁଦ୍ର ଜିଲାର କ୍ଷେତ୍ରଫଳ ଓ ଲୋକ ସଂଖ୍ୟା ଠାରୁ ଢେର ଅଧିକ ଅଟେ। ତେଣୁ ଜୁନାଗଡକୁ ଜିଲାର ମନ୍ୟତା ଦିଆଗଲେ ଏହି ଅଞ୍ଚଳର ବିଶେଷ ଉନ୍ନତି ହେଇ ପାରିବ।

Comments
Loading...