ଜୁନାଗଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ : କରୋନା ସନ୍ଦେହ

କଳାହାଣ୍ଡି  : କଳାହାଣ୍ଡି ଜିଲାରେ ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ  କରୋନା ଆକ୍ରାନ୍ତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ଜୁନାଗଡ଼ ବ୍ଲକର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ମେ’ ୨୧ ତାରିଖରେ ତାମିଲନାଡୁରୁ କଳାହାଣ୍ଡି ଫେରିଥିଲେ। ତାଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଦେଇଥିଲା। ପରେ କରୋନା ଲକ୍ଷଣ ନେଇ ସେ ହାବସପୁର କ୍ବାରେଣ୍ଟାଇନରେ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ  ଆଜି ଜିଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାବ ସଂଗ୍ରହ ହୋଇଥିଲା । ଏ ନେଇ କୋଭିଡ ହସ୍ପିଟାଲ ଇନଚାର୍ଜ ଡାକ୍ତର ନିହାରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତେବେ ସ୍ୱାବର ରିପୋର୍ଟ ଆସିବା ପରେ ସେ ପୋଜିଟିଭ ଥିଲେ ନା ନାହିଁ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି। ସେପଟେ ଏନେଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Comments are closed.