ଯୁବତୀଙ୍କୁ ଗଣଦୁଷ୍କର୍ମ, ଥାନାରେ ଏତଲା

କଳାହାଣ୍ଡି : କଳାହାଣ୍ଡି ଜିଲା ଜୁନାଗଡ଼ରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ଭବାନୀପାଟଣାରୁ ଘରକୁ ଫେରୁଥିବାବେଳେ ବାଟରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖ ଦିନ ଭବନୀପାଟଣାରୁ ଯୁବତୀ ଜଣଙ୍କ ଘରକୁ ଫେରୁଥିବାବେଳେ ବସ୍ ଫେଲ ହୋଇଯାଇଥିଲେ ।  ସେହି ବାଟରେ ଆସୁଥିବା ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ । ଉକ୍ତ ଯୁବକ ତାଙ୍କୁ ଲିଫ୍ଟ ଦେଇଥିଲେ। ସେ ଯୁବକଙ୍କ ସହିତ ବାଇକରେ ଫେରୁଥିବା ବାଟରେ ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଦେଖାଇ ଜଙ୍ଗଲକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ । ଭିଡିଓ ଭାଇରାଲ ହେବାପରେ ପୀଡିତା ଜୁନାଗଡ଼ ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ  ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ତିଆରି କରିବାସହ ତନାଘନା ଆରମ୍ଭ କରିଛି ।

Comments are closed.