କରୋନାର କରାଳ କାୟା :​‌ ଜୀବନ ନେଉଛି ଜୁଲାଇ

ଭୁବନେଶ୍ବର: ଜୁଲାଇ ମାସ ଆରମ୍ଭରୁ କରୋନା ଭୂତାଣୁ ନିଜର କରାଳ ରୂପ ଦେଖାଇଲାଣି। ଜୁଲାଇ ମାସର ପ୍ରଥମ ଚାରିଦିନରେ କରୋନାରେ ୯ଜଣଙ୍କ ଜୀବନ ଗଲାଣି। ମାସକରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ିଛି ୫୯୯୩। ଜୁନ୍‌ ୪ ତାରିଖରେ କରୋନା ଆକ୍ରାନ୍ତ ଥିଲେ ୨୬୦୮। ଆଜି ଜୁଲାଇ ୪ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ଛୁଇଁଛି। ମାସକ ତଳେ କରୋନା ଆକ୍ରାନ୍ତ​‌େ​‌ର ମୃତ୍ୟୁବରଣ କରିଥିଲେ ୮ଜଣ, ଏବେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ମାସକରେ କରୋନାରେ ଗଲାଣି ୨୬ଜଣଙ୍କ ଜୀବନ।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨, ୮୭,୦୯୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୬୦୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫,୯୩୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟା-୨୨୯ ରହିଛି। ୩୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨,୬୨୪ ରହିଛି। ୨,୮୫୩ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.