ଜୁଲିଆ ଓ ପ୍ଲିସ୍କୋଭା ଚମ୍ପିଆନ

0

ୱେଲିଙ୍ଗ୍‌ଟନ/ବ୍ରିସବେନ : ଜର୍ମାନୀର ଜୁଲିଆ ଜର୍ଜେସ ଓ ଚେକ୍‌ ରିପବ୍ଲିକ୍‌ର କ୍ୟାରୋଲିନା ପ୍ଲିସ୍କୋଭା ଯଥାକ୍ରମେ ଅକ୍‌ଲାଣ୍ଡ୍‌ କ୍ଲାସିକ୍‌ ଓ ବ୍ରିସବେନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ହୋଇଛନ୍ତି । ରବିବାର ନ୍ୟୁଜିଲାଣ୍ଡର ୱେଲିଙ୍ଗ୍‌ଟନରେ ଖେଳାଯାଇଥିବା ଅକ୍‌ଲାଣ୍ଡ କ୍ଲାସିକ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜୁଲିଆ ୨-୬, ୭-୫, ୬-୧ ସେଟ୍‌ରେ କାନାଡାର ବିୟଙ୍କା ଆଣ୍ଡ୍ରେସ୍କୁଙ୍କୁ ପରାସ୍ତ କରିଛନ୍ତି। ଜୁଲିଆ ଗତବର୍ଷ ମଧ୍ୟ ଏଠାରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ।

ଅପରପକ୍ଷରେ ରବିବାର ବ୍ରିସବେନ୍‌ରେ ଖେଳାଯାଇଥିବା ଫାଇନାଲରେ ୫ମ ସିଡ୍‌ ମାନ୍ୟତାପ୍ରାପ୍ତ ପ୍ଲିସ୍କୋଭା ୪-୬, ୭-୫, ୬-୨ ସେଟ୍‌ରେ ୟୁକ୍ରେନର ଲେସିଆ ସ୍ୟୁରେଙ୍କୋଙ୍କୁ ପରାସ୍ତ କରିଛନ୍ତି।

Leave A Reply