ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଏହି ଫଳ ରସ

ଖରା ଦିନେ ସାଧାରଣତଃ ଅଧିକ ପରିମାଣରେ ପାନୀୟ ଦ୍ରବ୍ୟ ପିଇବା ଉଚିତ। ବିଶେଷ କରି ଫଳ ରସ। କେତେକ ନିର୍ଦ୍ଦିଷ୍ଟ ଫଳ ରହିଛି ଯାହାକୁ ଜୁସ ଭାବେ ପ୍ରସ୍ତୁତ କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଏଭଳି ଏକ ଜୁସ ହେଉଛି ସେଓ ଓ ଡ଼ାଳିମ୍ବ ଜୁସ। ସେଓ ଓ ଡ଼ାଳିମ୍ବରେ ଥିବା ପୋଷକ ତତ୍ୱ ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ …..
ସେଓ -୨ଟା
ଡ଼ାଳିମ୍ବ – ୧ଟା
କଳା ଲୁଣ – ଅଳ୍ପ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁ୍ତି ପ୍ରଣାଳୀ : ପ୍ରଥମେ ସେଓ ଓ ଡ଼ାଳିମ୍ବକୁ ଭଲ ଭାେବେ ଧୋଇ ଦିଅନ୍ତୁ।ଏହାପରେ ସେଓକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ, ଡ଼ାଳିମ୍ବରୁ ମଞ୍ଜି କାଢି ରଖନ୍ତୁ। ଏବେ ସେଓ ଓ ଡ଼ାଳିମ୍ବକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏକ ପାତ୍ରକୁ କାଢି ଅଳ୍ପ କଳା ଲୁଣ ପକାଇ ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ସେଓ ଓ ଡ଼ାଳିମ୍ବ ଜୁସ।

Comments are closed.