ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ଜୁସ

ଟମାଟର ଜୁସ୍: ଟମାଟରରେ କମ୍ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ । ୧୦୦ ଗ୍ରାମ ଟମାଟରରେ ପ୍ରାୟ ୧୮ କ୍ୟାଲୋରୀ ଏବଂ ୩.୮୬ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଟମାଟର ଜୁସ୍ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । ଟମାଟର ସହ ଡାଳିମ୍ବ ରସ ମିଶାଇ ପିଇ ପାରିବେ ।

ଗାଜର ଜୁସ୍: ଗାଜରରେ ଫାଇବର ଭରପୁର ମାତ୍ରାରେ ରହିଥାଏ ।ଫାଇବର ହଜମ ହେବାରେ ସମୟ ଲାଗୁଥିବାରୁ ଅଧିକ ସମୟ ଯାଏଁ ଭୋକ ହୋଇନଥାଏ । ତେଣୁ ପ୍ରତିଦିନ ଭୋଜନ ତାଲିକାରେ ଗଜର ଜୁସ୍ ସାମଲି କରି ସହଜ ଉପାୟରେ ଓଜନ ହ୍ରାସ କରିପାରିବେ ।୧୦୦ ଗ୍ରାମ ଗାଜରରେ ପ୍ରାୟ ୪୧ କ୍ୟାଲୋରୀ ଏବଂ ୩ ଗ୍ରାମ ଫାଇବର ରହିଥାଏ ।ଏଥିରେ ଆପଣ ଅଁଳା ରସ ମିଶାଇ ପିଇ ପାରିବେ ।
ସେଓ ଜୁସ୍: କ୍ୟାଲୋରୀ ଯୁକ୍ତ ଫଳ ହେଉଛି ସେଓ । ୧୦୦ ଗ୍ରାମ ସେଓରେ ପ୍ରାୟ ୫୦ କ୍ୟାଲୋରୀ ରହିଛି । ଗୋଟିଏ ସେଓ ବା ସେଓ ଜୁସ୍ ନିୟମିତି ଭୋଜନ ତାଲିକାରେ ସାମିଲ କରିପାରିବେ ।

Comments are closed.